ଡ୍ରିମ୍ସ ବିଶ୍ୱବିଦ୍ୟାଳୟରେ ମାତୃଭାଷା ଦିବସର ଗୌରବମୟ ପାଳନ

ଡ୍ରିମ୍ସ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉତ୍କଳଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଅଭାସୀରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଡ୍ରିମ୍ସ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ମାତୃଭାଷା ଓ ମାତୃଭୂମି ପ୍ରତି ମମତାବୋଧ ଆମ ଜାତୀୟ ଜୀବନକୁ ପରିପୃଷ୍ଟ କରିଥାଏ ବୋଲି ଉଲ୍ଲେଖ କରି ଅନ୍ୟ ଭାଷା ସହିତ ମାତୃଭାଷା ଓଡିଆର ବ୍ୟବହାର ଓ ସୁରକ୍ଷା ଲାଗି ଯବାନ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କୁଳପତି ପ୍ରଫେସର ଡ. ପ୍ରକାଶ କୁମାର ହୋତା, ରେଜିଷ୍ଟ୍ରାର ଡ. ଭକ୍ତ ଚରଣ ପ୍ରଧାନ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶକ ( ଛାତ୍ର କଲ୍ୟାଣ) ଲୋକନାଥ ବେହେରା, ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମଲ୍ଲିକ, ପ୍ରାଧ୍ୟାପକ ସୁଶାନ୍ତ କୁମାର ସେଠୀ, ଡ. ଅଜିତ୍ କୁମାର ମହାପାତ୍ର, ଅଧ୍ୟାପିକା ସାଗରିକା ନାୟକ ପ୍ରମୁଖ ମାତୃଭାଷା ଦିବସ ପାଳନର ଗୁରୁତ୍ଵ ଓ ଓଡିଆ ଅସ୍ଥି ତା ଉପରେ ଆଲୋକପାତ କରିଥିଲେ । ଡ୍ରିମ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ କାଳଜୟୀ କବିତା ସଂଗୀତ ଗାନ କରିଥିଲେ। ଲୋକସଂପର୍କ ଅଧିକାରୀ ନିରାକାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।